ମୃତ ବୃଦ୍ଧଙ୍କ ଶବ ସତ୍କାରରେ ସହଯୋଗ କଲେ ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ କମିଟି

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ ତରଫରୁ ଏକ ଗରିବ ଶ୍ରେଣୀର ବୃଦ୍ଧ କୁନୁ ରାଜହଂସଙ୍କ ମୃତ୍ୟୁ ହୋଇଥିବାର ଖବର ପାଇ ତାଙ୍କର ଶବ ସତ୍କାରରେ ସହଯୋଗ କରାଯାଇଥିଲା । ସେ ଜଣେ ଅଲେଖ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ସମାଧି ଦିଆଯାଇଥିଲା ।

ରବିବାର ଟ୍ରଷ୍ଟ ସଭାପତି ସୁରେଶ କଲତା, ଘନଶ୍ୟାମ ଭୋଇ, ଯୁଗଳ ତାଣ୍ଡିଆ ପ୍ରମୁଖ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣେଇବା ସହ ଟ୍ରଷ୍ଟ ପକ୍ଷରୁ ଲୁଣ, ଘିଅ, ଧୁପକାଠି ଯୋଗେଇ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes