ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଶ୍ରୀକ୍ଷେତ୍ର କରସେବା ଟ୍ରଷ୍ଟ ତରଫରୁ ଏକ ଗରିବ ଶ୍ରେଣୀର ବୃଦ୍ଧ କୁନୁ ରାଜହଂସଙ୍କ ମୃତ୍ୟୁ ହୋଇଥିବାର ଖବର ପାଇ ତାଙ୍କର ଶବ ସତ୍କାରରେ ସହଯୋଗ କରାଯାଇଥିଲା । ସେ ଜଣେ ଅଲେଖ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ସମାଧି ଦିଆଯାଇଥିଲା ।
ରବିବାର ଟ୍ରଷ୍ଟ ସଭାପତି ସୁରେଶ କଲତା, ଘନଶ୍ୟାମ ଭୋଇ, ଯୁଗଳ ତାଣ୍ଡିଆ ପ୍ରମୁଖ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣେଇବା ସହ ଟ୍ରଷ୍ଟ ପକ୍ଷରୁ ଲୁଣ, ଘିଅ, ଧୁପକାଠି ଯୋଗେଇ ଦେଇଥିଲେ ।