ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ଵର ସ୍ଥିତ ନବୀନ ନିବାସ ଠାରେ ସାକ୍ଷାତ୍ କରି ଅନୁଗୋଳ ଠାରୁ ବଅଁରପାଳ ନୂତନ ରାସ୍ତା କାମକୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରିବା, ତାଳଚେର ମେଡିକାଲ କଲେଜ ତୁରନ୍ତ ଚାଲୁ କରିବା, ତାଳଚେର ଥର୍ମାଲର ଭୂମିପୂଜନ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ, ଟିଏଫଏଲର କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ବିଧାୟକ ଆଲୋଚନା କରିଥିବାର ସୂଚନା ମିଳିଛି।