ମହିଳାଙ୍କ ଉପରେ ପଡିଗଲା ଘରର ଛାଜା, ମହିଳା ମୃତ

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା କୁଲଡିହା ଗ୍ରାମରେ ନବ ନିର୍ମିତ ଘରର ଛାଜା ମହିଳାଙ୍କ ଉପରେ ପଡିଯିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ ଛବିରାଣୀ ମାରାଣ୍ଡି।

ଆଜି ସକାଳେ ଘରୁ ବାହାରକୁ ଆସୁଥିବା ସମୟରେ ଘଟିଛି ଏହି ଅଘଟଣ।ଗୁରୁତର ଅବସ୍ଥାରେରେ ମହିଳାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶ୍ୱଶୁର ମାନସିଂ ମାରାଣ୍ଡି ମଧ୍ୟ ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes