ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ଚାଇଲଡ଼ ଲାଇନ ଓ ସୋନପୁର ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଆଜି ସଦର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତର ସଗାରପାଲି ଗ୍ରାମ ଠାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ ଅବସରରେ ଏକ ସଚେତନତା ରାଲି ଶିଶୁମାନଙ୍କୁ ଗ୍ରାମ ପରିକ୍ରମା କରିବା ସହ ଶିଶୁ ଶ୍ରମିକ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରାଯାଇଥିଲା।

କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପର ମହିଳା ପରିଦର୍ଶିକା ଚନ୍ଦ୍ରାବତୀ ମଲ୍ଲିକ ଓ ଗ୍ରାମର ସମସ୍ତ ଅଙ୍ଗନବାଡି କର୍ମୀ, ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes