ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

ଆଜି ସନ୍ଧ୍ୟାରେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ସୁବର୍ଣ୍ଣପୁର ସ୍ଥିତ ବାସଭବନରେ ସାକ୍ଷାତ କରି ପ୍ରସ୍ତାବିତ ସମ୍ବଲପୁର-ଗୋପାଳପୁର ରେଳପଥ ସୁବର୍ଣ୍ଣପୁର ଦେଇ ଯିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସଡକ ଓ ପରିବହନ ବିଭାଗ ଉପଶାସନ ସଚିବ ଗତ ୨୭ ତାରିଖ ଦିନ ରେଲ କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖି ଉକ୍ତ ପ୍ରକଳ୍ପ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବାକୁ ମଞ୍ଜୁରୀ ପ୍ରଦାନ ପାଇଁ ପତ୍ର ଲେଖିଥିବାରୁ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏଥିରେ ମଞ୍ଚର ସଭାପତି ସିତାଂଶୁ ମିଶ୍ର, ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes