ବ୍ଲକସ୍ତରୀୟ ବଳରାମ ମାସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ବଳରାମ ମାସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ କୃଷି ଅଧିକାରୀ ମକରଧ୍ଵଜ ପଟେଲ, ବିଟିଏମ୍ ଜିତେନ୍ଦ୍ର ମେହେର, ଏଟିଏମ୍ ମୀନକେତନ ମହାକୁର ଓ ନାରାୟଣ ମିଶ୍ର ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ବ୍ୟାଙ୍କ କର୍ମକର୍ତ୍ତା, ସେବା ସମବାୟ ସମିତିର ସମ୍ପାଦକ, ଗ୍ରାମ୍ୟ କୃଷି ସେବକ ଓ କୃଷକ ସାଥୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଭାଗ ଏବଂ ଭୂମିହୀନ ଚାଷୀ ତଥା କାଳିଆ ଯୋଜନାର ହିତାଧିକାରୀଙ୍କୁ ବଳରାମ ଯୋଜନାରେ ସହାୟତା ପ୍ରଦାନ ଉପରେ ଏଥିରେ ଆଲୋଚନା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes