ବୋରିଆରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବୋରିଆରେ ଚାଲିଥିବା ଷୋହଳ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ଦୟାନିଧି ନାୟକ ଓ ତାଙ୍କ ଧର୍ମପତ୍ନୀ ସୁଭଦ୍ରା ନାୟକ,ଉଦୋକ୍ତା ସୁରେଶ ମିଶ୍ର ଦାୟିତ୍ଵ ତୁଲାଇଥିଲେ ।

ଶେଷ ଦିନରେ ସଙ୍କୀର୍ତ୍ତନ ମଣ୍ଡଳୀ ଗ୍ରାମ ପରିକ୍ରମା କରି ମଣ୍ଡପ ଠାରେ ଦହିହାଣ୍ଡି ଭଙ୍ଗା ଯାଇଥିଲା ।ନାମଯଜ୍ଞ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes