ବେଆଇନ ମଦ ବ୍ୟବସାୟ ସମ୍ପୃକ୍ତିରେ ୨ ଗିରଫ

କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ପାଟଣା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ମୋଟ ୪୦ ଲିଟର ବେଆଇନ ମହୁଲି ମଦ ଜବତ କରାଯିବା ସହ ବେଆଇନ ମହୁଲି ମଦ ବ୍ୟବସାୟ ସମ୍ପୃକ୍ତିରେ ୨ ଜଣ ଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି ।

ଗିରଫ ବ୍ୟକ୍ତି ହେଉଛନ୍ତି ମାଧପୁର ଗ୍ରାମର ହରିଶ୍ଚନ୍ଦ୍ର ଲୋହାର ଓ ସଅଁରାପଶି ଗ୍ରାମର ମୁନା ମୁଣ୍ଡା ।ଏହି ଚଢାଉରେ ପାଟଣା ଅବକାରୀ ଅଧିକାରୀ ଜନାର୍ଦ୍ଦନ ପଲେଇ, କନେଷ୍ଟବଳ ମିଥୁନ ଜେନା ଓ ଆରତୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes