ବୀରମହାରାଜପୁର ମହାବିଦ୍ୟାଳୟରେ ଏନସିସି କ୍ୟାଡେଟଙ୍କୁ ସମ୍ବର୍ଦ୍ଧନା

ଭାରତର ରାଜଧାନୀ ନୂଆଦିଲ୍ଲୀ ଠାରେ ସାଧାରଣତନ୍ତ୍ର ଦିବସର ପ୍ୟାରେଡ ଉତ୍ସବରେ ଅଂଶଗ୍ରହଣ କରିଥିବା ଏନସିସି କ୍ୟାଡେଟ ସଚ୍ଚିତା ନାଗ, ଅର୍ଜୁନ ଜାଲ ଓ ବଳରାମ ମହାକୁରଙ୍କୁ ଶନିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ମହାବିଦ୍ୟାଳୟର ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ଓ ଚିନ୍ମୟ ପଣ୍ଡା ଏନସିସି କ୍ୟାଡେଟଙ୍କ ଶୃଙ୍ଖଳିତ ଜୀବନ ବିଷୟରେ ଆଲୋଚନା କରିଥିଲେ । ଏନସିସି ଅଧିକାରୀ କ୍ୟାପଟେନ ସୂର୍ଯ୍ୟନାରାୟଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes