ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଅଡାଲ ଗାଁର ସମାଜସେବୀ ତଥା ସ୍ବେଚ୍ଛାସେବୀ ସଂଗଠନ ‘ସିୟା ପରିବାର’ର ପୂର୍ବତନ ସଭାପତି ଦିଲ୍ଲୀପ ପ୍ରଧାନଙ୍କ ପିତା ସ୍ବର୍ଗତ ସୁଦାମ ପ୍ରଧାନଙ୍କ ଗତ ୧୨ ତାରିଖରେ ବୁର୍ଲା ଡ଼ାକ୍ତରଖାନାରେ ପରଲୋକ ଘଟିଥିଲା । ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶନିବାର ତାଙ୍କର ଗଙ୍ଗା ଶ୍ରାଦ୍ଧ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ୧୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।