ବିନୋବାନନ୍ଦ ହେଲେ ଖଣ୍ଡହତା ସମିତି ସଭ୍ୟ

ଆଜି ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ନୂତନ ସମିତି ସଭ୍ୟ ଭାବେ ବିନୋବାନନ୍ଦ ପଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ଉକ୍ତ ପଞ୍ଚାୟତରେ ଉପନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସରେ ଅନ୍ୟ ୧୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ । ଫଳରେ ଶ୍ରୀ ପଧାନ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି ।ଏଠାରେ ପୂର୍ବରୁ ସମିତି ସଭ୍ୟା ଭାବେ ତନୁଜା ରଣବଂଶୀୟା ନିର୍ବାଚିତ ହୋଇଥିଲେ । ତେବେ ସେ ଅଙ୍ଗନୱାଡ଼ି କର୍ମୀ ଭାବେ ମନୋନୀତ ହେବା ପରେ ସମିତି ସଭ୍ୟା ପଦରୁ ଇସ୍ତଫା ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes