ବିନିକା ପୋଷ୍ଟ ଅଫିସ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ବିଜେପି ସରକାରର ପ୍ରତିଶୋଧ ରାଜନୀତି ଓ କେନ୍ଦ୍ର ପୁଲିସର ବର୍ବରତା ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସର ଆହ୍ୱାନ କ୍ରମେ ଆଜି ବିନିକା ପୋଷ୍ଟ ଅଫିସ ସମ୍ମୁଖରେ ବିନିକା ବ୍ଳକ ଓ ନଗର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବ୍ଳକ ସଭାପତି ରବୀନ୍ଦ୍ର କୁମାର ହୋତାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ସକାଳ ୧୧ଘଣ୍ଟା ଠାରୁ ଦିନ ୧ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ଯୁବନେତା ପ୍ରଦୀପ ସେଠୀ ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes