ବିଜେବି ଛାତ୍ରୀ ମୃତ୍ୟୁର ତଦନ୍ତ ପାଇଁ ତିନି ଜଣିଆ କମିଟି

ବିଜେବି କଲେଜ ହଷ୍ଟେଲରେ ରାଗିଙ୍ଗ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ଗଠନ କରାଯାଇଛି l ହଷ୍ଟେଲର ସମସ୍ତ 134 ଛାତ୍ରୀଙ୍କୁ ଜେରା କରାଯିବ ବୋଲି ଅଧିକାରୀ କହିଛନ୍ତି l
କଲେଜ କର୍ତ୍ତୃପକ୍ଷ, ହଷ୍ଟେଲ ଅଧୀକ୍ଷକ ଏବଂ ୱାର୍ଡେନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି l ସୁଇସାଇଡ ନୋଟରେ ଉଲ୍ଲେଖ ଥିବା ତିନି ଜଣ ସିନିଅର ଛାତ୍ରୀଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇନଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes