ବିଜେପି ବିଚାରକୁ ନେଇ ଚାଲିଛି, ଆମେ ବିଶ୍ୱର ସବୁଠୁ ବଡ଼ ପାର୍ଟି : ନଡ୍ଡା

ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ଶକ୍ତିକେନ୍ଦ୍ର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦବୋଧନ ଦେଇ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ପ୍ରଦେଶକୁ ଆସିବାକୁ ମୋତେ ସୌଭାଗ୍ୟ ମିଳିଛି।

ଏହି ସମୟରେ ନଡ୍ଡା କଂଗ୍ରେସକୁ ଓ ରାଜ୍ୟର ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସ ନା ଜାତୀୟ ଅଛି ନା ଭାରତୀୟ ଅଛି, କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି,
ଭାଇଭଉଣୀଙ୍କ ମର୍ଜିରେ ପାର୍ଟି ଚାଲିବ, କର୍ମୀ କେବଳ ଥାଳି ପିଟିବେ ବୋଲି ନଡ୍ଡା କହିଛନ୍ତି। ସେହିପରି ଓଡ଼ିଶା ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଓଡ଼ିଶା ସରକାର ଆକଣ୍ଠ ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର,
ଏ ସରକାରକୁ ଓପାଡ଼ି ଫିଙ୍ଗି ଦେବାର ସମୟ ଆସିଛି। ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଚାଲିବା ଦରକାର ବୋଲି ନଡ୍ଡା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes