ବିଜେଡି ଯୁବନେତାଙ୍କ ପିତୃ ବିୟୋଗ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଘଣ୍ଟପଡ଼ା ଗ୍ରାମର ବାସିନ୍ଦା ତଥା ବିଜୁ ଯୁବ ଜନତା ଦଳର ତାଳଚେର ବ୍ଲକ ସଭାପତି ମନୋଜ ସାହୁଙ୍କ ପିତା ତଅଁଳୁ ସାହୁଙ୍କର ୬୬ବର୍ଷ ବୟସରେ ଆଜି ଅକସ୍ମାତ ଦେହାନ୍ତ ଘଟିଛି ।

ତାଙ୍କ ମୃତ୍ୟୁରେ ଘଣ୍ଟପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ ଠାରେ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ l ଏହାପରେ ଗ୍ରାମ ଶ୍ମଶାନକୁ ଅଣାଯାଇ ସ୍ବର୍ଗତ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes