ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୟାତାରଣା ଗ୍ରାମର ରାଜେଶ ସିଂ ନାମକ ଜଣେ ବିଚାରାଧୀନ କଏଦିଙ୍କର ଆଜି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି।
ରାଜେଶ ଏକ ଚୋରି ଅଭିଯୋଗରେ ବେତନଟୀ ପୁଲିସ ଦ୍ବାରା ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବରେ ବାରିପଦାର ମଣ୍ଡଳ କାରାଗାରରେ ରହୁଥିଲେ। ଦେହ ଅସୁସ୍ଥ ଥିବାରୁ ଗତ ୬ ତାରିଖ ଠାରୁ ତାଙ୍କୁ ବାରିପଦାର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନାମିଳିଛି।