ବାମେଵାରି ଥାନା ଅନ୍ତର୍ଗତ ଚିପିଣ୍ଡା ଗ୍ରାମର ଜଣେ ବ୍ୟକ୍ତି ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଗୋକୁଳ ପାତ୍ର ଙ୍କ ମୃତ ଦେହକୁ ଆଣିବାକୁ ତାଙ୍କ ଭାଇ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।
ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଏଣୁ ଚିକିତ୍ସା ଖର୍ଚ୍ଚ ସାଙ୍ଗକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।