ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ବିଳମ୍ବିତ ରାତିରେ ବୋମାମାଡ଼

ଭୁବନେଶ୍ୱର ବରମୁଣ୍ଡା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ଏକ ହୋଟେଲରେ ଖାଇବା ପରେ ପଇସା ଦେବାକୁ ନେଇ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା।

ଏହା ପରେ ଦୁର୍ବୃତ୍ତମାନେ ପଳାଇଥିଲେ। କିଛି ସମୟ ପରେ ପୁଣି ଥରେ ଆସି ବୋମା ଫିଙ୍ଗିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ୩ ହୋଟେଲ କର୍ମଚାରୀ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ଜଣଙ୍କୁ ଅଟକ ରଖି ତଦନ୍ତ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes