ବଡ଼ ମଣିଷ ନୁହେଁ, ଭଲ ମଣିଷ ହେବାକୁ ଆହ୍ବାନ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ମୁଖ୍ୟ ଅତିଥି, ଉଲୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଦେବାଶିଷ ପାଣ୍ଡିଆ ମୁଖ୍ୟ ବକ୍ତା, ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରି, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ଓ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ହୋତା ଯୋଗଦେଇ ଛାତ୍ରମାନଙ୍କୁ ଆଶିର୍ବଚନ ପ୍ରଦାନ କରିଥିଲେ । କେବଳ ବଡ଼ ମଣିଷ ନୁହେଁ, ଭଲ ମଣିଷଟିଏ ହେବାକୁ ମୁଖ୍ୟ ଅତିଥି ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes