ବୁଷ୍ଟର ଡୋଜ ନୂଆ ଭାରିଏଣ୍ଟକୁ ପ୍ରତିହତ କରିପାରିବ, ପ୍ରିକସନ୍ ଡୋଜ ନେଇଥିବା ଲୋକ ସୁରକ୍ଷିତ ରହିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ନଭେମ୍ବର ୨୮ରୁ ସରକାରୀ ଟିକାକରଣ ବନ୍ଦ ରହିଛି, ଟିକା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଟିକାକରଣ ହୋଇଥିବା ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ପ୍ରଥମ ଡୋଜ ୯୭%, ଦ୍ୱିତୀୟ ଡୋଜ ୯୪%, ପ୍ରିକସନ୍ ଡୋଜ ୪୧% ନେଇଛନ୍ତି। ରାଜ୍ୟରେ ୧୨ଟି ଘରୋଇ ମେଡିକାଲରେ ଟିକାକରଣ ଚାଲିଛି।