ବେଆଇନ ବାଲି ଉତ୍ତୋଳନ ନେଇ ପ୍ରତିବାଦ

କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ସମ୍ମୁଖରେ ଶୁକ୍ରଵାର ଭାଜପାର ନଦୀ ସୁରକ୍ଷା ସମିତି ପକ୍ଷରୁ ପାଟଣା ତହସିଲ ସମ୍ମୁଖରେ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରାଚାଲାଣକୁ ବିରୋଧ କରି ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଛି।

ଆୟୋଜିତ ପ୍ରତିବାଦ ସମାବେଶ ନଦୀ ସୁରକ୍ଷା ସମିତିର ଜିଲ୍ଲା ସଂଯୋଜକ ସୁବ୍ରତ ମହାନ୍ତିଙ୍କ ସଂଯୋଜନାରେ ରାଜ୍ୟ ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, ବରିଷ୍ଠ ଭାଜପା ନେତା ଅଖିଳ ଚନ୍ଦ୍ର ନାଏକ, କମଳାକାନ୍ତ ଦାଶ, ଅଭୟ କୁମାର ବେହେରା, ପ୍ରହଲ୍ଲାଦ ପଳେଇ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes