ପ୍ରାଚୀନ ଦେବଭୂମି ଗୁଡ଼ିକର ବିକାଶ ନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କଲା ମଞ୍ଚ

ମନ୍ଦିରମାଳିନୀ ତଥା ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାଚୀନ ଓ ପବିତ୍ର ଦେବଭୂମି ଗୁଡ଼ିକର ବିକାଶ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ତରଫରୁ ଜିଲ୍ଳାପାଳ ଅବୋଲି ସୁନିଲ ନରୱଣେଙ୍କୁ ସାକ୍ଷାତ କରି ୮ ଗୋଟି ପ୍ରସ୍ତାବ ଦିଆଯାଇଛି ।

ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଓ ସମ୍ପାଦକ ଗୁଣନିଧି ମେହେରଙ୍କ ନେତୃତ୍ୱରେ ମଞ୍ଚର ବିଭିନ୍ନ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes