ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ପୁଣି ଥରେ ସଜବାଜ ହେଉଛି ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରିୟ କ୍ରିୟାନୁଷ୍ଠାନ କମିଟି ।
ଆଜି ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଡାକରାରେ ପଶ୍ଚିମ ଓଡ଼ିଶାର ୨୫ ଗୋଟି ଓକିଲ ସଂଘ ସାମିଲ ରହିଥିଲେ । ଏହି ବୈଠକରେ ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ହାଇକୋର୍ଟ ବାର ଆସୋସିଏସନର ବିରୋଧ ଆଭିମୁଖ୍ୟକୁ ଦୃଢ ନିନ୍ଦା କରାଯାଇଥିଲା ।