ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଲା

ଅଜଣା ଗାଡ଼ି ଧକ୍କାରେ ମୃତ ଗୋବିନ୍ଦ ଗୁରୁର ଶବକୁ ଧରି ଗତକାଲି ରାତିରୁ ବିନିକା ଡାକ୍ତରଖାନା ସମ୍ମୁଖ, କଲେଜ ଓ ପାପକ୍ଷୟ ଗେଟ ଛକ ଠାରେ ଚାଲିଥିବା ରାସ୍ତାରୋକ ଆନ୍ଦୋଳନ ୧୧ଘଣ୍ଟା ପରେ ଅର୍ଥାତ ଆଜି ସକାଳ ୭.୩୦ ମି ପରେ ପ୍ରତ୍ୟାହୃତ ହୋଇଛି ।

ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ,ଅତିରିକ୍ତ ଏସପି,ବିନିକା ବିଡିଓ,ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ପରିବାରକୁ ସରକାରୀ ସହାୟତା ଓ ଧକ୍କା ଦେଇଥିବା ଗାଡ଼ିକୁ ଏକ ମାସ ଭିତରେ ଧରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes