ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି।
ଚଳିତ ଥର ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିଲେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ୩.୨୯ ପ୍ରତିଶତ ଅଧିକ ରହିଛି । ୯୪.୫୪ ପ୍ରତିଶତ ଛାତ୍ରୀ ଏବଂ ୯୧.୨୫ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ୯୦.୩୭ ପ୍ରତିଶତ ରହିଛି। ୧୬ଟି ରିଜନରୁ ୧୩ ନମ୍ବର ସ୍ଥାନରେ ଭୁବନେଶ୍ୱର ରହିଛି।