ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ବାସଭବନରେ ଆୟକର ବିଭାଗ ଚଢାଉ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୁର୍ବତନ ସ୍ଵାଧୀନ ବିଧାୟକ ତଥା ଖଣି ଲିଜ୍ ଧାରୀ ସନାତନ ମହାକୁଡଙ୍କ ଘର୍ ଓ ଅଫିସ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

କାରଣ ଜଣା ପଡି ନ ଥିଲେ ହେଁ ଶ୍ରୀ ମହାକୁଡଙ୍କ ଯୋଡା ବ୍ଲକ୍ ସ୍ଥିତ ନମ୍ଭିରା ଗ୍ରାମରେ ଥିବା ବାସଭବନ, କେନ୍ଦୁଝର ସହର ବଡହଳ ବାସଭବନ, ଚମ୍ପୁଆ ଓ ଉଚବଲି ସ୍ଥିତ ବାସଭବନ ଓ ତାଙ୍କ ଖଣି କାର୍ଯ୍ୟଳୟ ଏହିଭଳି ଭୁବନେଶ୍ୱର ସମେତ ୧୦ଟି ସ୍ଥାନରେ ଆଜି ଏକକାଳୀନ ଆଜି ସକାଳୁ ଆୟକର ବିଭାଗର ଚଢାଉ ଜାରୀ ରଖିଛି । ଏହି ଚଢାଉ ବେଳେ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes