ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଜାଂଗେଡ ପଞ୍ଚାୟତର ପିଠାପୋଟଲ ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଆମ ଓଡିଆ ନବୀନ ଓଡ଼ିଶାର ସୂଚନା ଫଳକରେ ଦଳୀୟ ଚିହ୍ନ ଲାଗିଥିବା ଆଜି ବୁଧବାର ଅପରାହ୍ନ ୨ଟା ସମୟରେ ଦେଖିବାକୁ ମିଳିଛି।
ଗତ ମାର୍ଚ୍ଚ ୧୬ ତାରିଖରେ ଆଚରଣ ବିଧି ଲାଗୁ ହେବା ପରେ ମଧ୍ଯ ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ପୋଷ୍ଟର ହଟାଯାଇ ନାହିଁ। ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କେତେକ ସ୍ଥାନରେ ଥିବା ସରକାରୀ ପୋଷ୍ଟରରେ ପଲିଥିନ ଘୋଡାଇ ଦେଇଥିଲେ ଓ କେତେକ ସ୍ଥାନରେ କାଗଜ ଛାପିଥିଲେ। ପରେ ଝଡ ବର୍ଷା ଯୋଗୁ ସେ ପଲିଥିନ ଓ କାଗଜ ଉଡିଯାଇଛି।