ପାଲାଗାୟିକା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପିର ଦାବି

କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବିନିଦା ଗ୍ରାମରେ ନାରୀନେତ୍ରୀ ତଥା ବିଶିଷ୍ଟ ପାଲାଗାୟିକା ସତ୍ୟଭାମା ସିଂ ନୃସଂଶ ହତ୍ୟାଘଟଣା ଘଟଣାକୁ ନେଇ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।

ବିଜେପି ନଦୀସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ଵର ସାହୁ, ଶମ୍ଭୁନାଥ ରାଉତଙ୍କ ସମେତ ଘଟଣା ସ୍ଥଳକୁ ଯାଇ ଘଟଣାର ସମୀକ୍ଷା କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଘଟଣା ବିଷୟରେ ପଚାରି ବୁଝିଥିଲେ। ପୋଲିସ ଯଥାଶୀଘ୍ର ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ସମ୍ପୃକ୍ତ ହତ୍ୟାକାରୀ କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes