ପାରାଦୀପ ବନ୍ଦରର ଇଞ୍ଜିନିୟର ଓ ଠିକାଦାରଙ୍କୁ ସିବିଆଇର ଜେରା (ଅପଡେଟ)

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ କଟକ ଓ ପାରାଦୀପ ସ୍ଥିତ ବାସଭବନ ଏବଂ ତାଙ୍କ ସଂସ୍ଥା ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ର କାର୍ଯ୍ୟାଳୟରେ ଆଜି ସକାଳୁ ସିବିଆଇର ଏକାଧିକ ଟିମ ଚଢ଼ାଉ ଜାରି ରଖିଛନ୍ତି l ଠିକା କାମରେ ଲାଞ୍ଚ କାରବାରକୁ ନେଇ ଏହି ଚଢ଼ାଉ ହୋଇଥିବା କୁହାଯାଇଛି l
ଏଥିସହ ପାରାଦୀପ ବନ୍ଦରର ଚିଫ ମେକାନିକାଲ ଇଞ୍ଜିନିୟର ସରୋଜ ଦାଶ ଏବଂ ଜଣେ ଠିକାଦାରଙ୍କୁ ମଧ୍ୟ ସିବିଆଇ ଉଠାଇ ନେଇ ସ୍ଥାନୀୟ ଏକ ଗେଷ୍ଟ ହାଉସରେ ଦୀର୍ଘ ସମୟ ଧରି ଜେରା କରୁଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes