ପାଟଣା ଅଞ୍ଚଳରେ କୁଆ ପଥର ବର୍ଷା ସାଙ୍ଗକୁ ପବନ

ପଶ୍ଚିମା ଝଡ଼ ପ୍ରଭାବରେ ବୁଧବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ କୁଆ ପଥର ବର୍ଷା ସାଙ୍ଗକୁ ପ୍ରବଳ ପବନ ହୋଇଛି । ପାଟଣା ବ୍ଲକର ଅଟେଇ ସଂରକ୍ଷିତ ଜଙ୍ଗଲ ସଲଗ୍ନ କେତେକ ଗାଁ ଗୁଡିକ ରେ ବର୍ଷା ସହ କୁଆ ପଥର ମାଡ଼ ହୋଇଛି l

ବର୍ଷା ଯୋଗୁଁ ଜଙ୍ଗଲ ରେ ଲାଗିଥିବା ନିଆଁ ଲିଭି ଯାଇଛି। ଏଥି ସହ ଗୁଳୁଗୁଳି ରୁ ଲୋକେ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି l କୁଆପଥର ବର୍ଷା ଯୋଗୁଁ କିଛି ଅଞ୍ଚଳ ରେ ବିଦ୍ୟୁତ ସେବା ବିଛିନ୍ନ ହୋଇଥିବା ବେଳେ ପନିପରିବା ଚାଷ ପ୍ରଭାବିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes