ପଞ୍ଚାୟତ ରାଜ ଦିବସକୁ ଭାଜପା ପକ୍ଷରୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଫିସ୍ ସମ୍ମୁଖରେ ପାଟଣା ଭାଜପା ପକ୍ଷରୁ ରବିବାର ପଞ୍ଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯାଇଛି।

ବିଜେଡ଼ି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିବାଦରେ ଭାଜପା ନେତା ଓ କର୍ମୀମାନେ କଳା ବ୍ୟାଚ ପରିଧାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ସ୍ଲୋଗାନ ଦେଇଥିଲେ। ଭାଜପା ଜିଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଶବୀର ଦାଶ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଲେଇ, ମହିଳା ମୋର୍ଚା ଜିଲ୍ଲା ଉପ ସଭାପତି ସୋମବାରି ମୁଣ୍ଡା, ପାଟଣା ମଣ୍ଡଳ ସଭାପତି ରମେଶ ମହାନ୍ତ, ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes