ବିଜୁ ଜୟନ୍ତୀରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତେବାସୀ ରୋଗୀଙ୍କୁ ଫଳ ବଣ୍ଟନ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଦିବସ ଅବସରରେ ରବିବାର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲକ ବିଜେଡି ତରଫରୁ ଅନ୍ତେବାସୀ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି।

ଏଥିରେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକ, ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ପୂର୍ବତନ ବ୍ଲକ ଅଧକ୍ଷ ବିଶ୍ୱନାଥ ନାୟକ ଜିଲ୍ଲାପରିଷଦ ସଦସ୍ୟା ରୁନୁ ମହାନ୍ତ, ସ୍ଥାନୀୟ ସରପଞ୍ଚ ବିନତି ବାନରା ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes