ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ବୋହୂ ମଧୁସ୍ମିତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି।
ଦୁଇ ପରିବାରର ସହମତି କ୍ରମେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବର ଭାବେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କୋଭିଡରେ ଆକ୍ରାନ୍ତ ହୋଇ ୨୦୨୧ ମେ ୨୨ ତାରିଖରେ ୩୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ।