ନିଆଁ ଚୁଲିରେ ପଡି ଏକ ବର୍ଷ ର ଶିଶୁ ଗୁରୁତର

କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଦଲିକି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି l ଗ୍ରାମ ର ବାଜୁ ହୋ ଙ୍କ ସ୍ତ୍ରୀ ବୁଧୁନି ଗତ ଶନିବାର ରାତି ତରକାରୀ ରାନ୍ଧୁଥିଲେ l ତାଙ୍କର ଏକ ବର୍ଷ ର ଶିଶୁ ପୁତ୍ର ଟି ମା ରୋଷେଇ କରୁଥିବା ସ୍ଥାନ ରେ ଖେଳୁଥିଲା l

ତରକାରୀ ରାନ୍ଧି ସାରିବା ପରେ ମା ବୁଧୁନି ତରକାରୀ କଡେଇ ଚୁଲି ରୁ ନେଇ ଘର ଭିତର କୁ ଯାଇଥିଲେ l ଆସି ଦେଖିବା ବେଳେ ଶିଶୁ ଟି ନିଆଁ ଚୁଲି ଭିତରେ ପଡି ରହିଛି l ଚୁଲି ଭିତରୁ ଶିଶୁ ଟି କୁ ବାହାର କରି ଏକ ଗାଡି ସାହାଯ୍ୟ ରେ ଶିଶୁ ପୁତ୍ର କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes