ଆରିୟା ଷ୍ଟିଲ ପ୍ଲାଣ୍ଟରେ ଦୂର୍ଘଟଣା,୩ ଜଣ ଆହତ

ବଡବିଲ ପୌରପାଳିକା ଅନ୍ତର୍ଗତ ମାଟକାମବେଡା ସ୍ଥିତ ଆରିୟା ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟରେ ଆଜି ମଧ୍ୟାହ୍ନରେ କାରଖାନା ପରିସରରେ ଦୂର୍ଘଟଣା ଘଟି ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଅପରାହ୍ନ ପ୍ରାୟ ୨ଟାରେ ଏକ କ୍ୟାମ୍ପର ଗାଡିରେ ଅକ୍ସିଜେନ ସିଲିଣ୍ଡର ବୋଝେଇ ହୋଇ ଆସିଥିଲା ।

ଗାଡିରୁ ସିଲିଣ୍ଡର ତଳକୁ ପକାଇବା ସମୟରେ ଏକ ଅକ୍ସିଜେନ ସିଲିଣ୍ଡର ତଳେ ପିଟି ହୋଇ ନୋଜଲ ଫାଟିବା ପରେ ୩ଜଣ କର୍ମଚାରୀଙ୍କ ଆଖି,କାନ,ଛାତି,ଗୋଡରେ ବାଜି ଆଘାତ ହୋଇଥିଲା ।ଆହତ କର୍ମଚାରୀମାନେ ହେଲେ ପ୍ରେମ ଶଙ୍କର ସାମଲ(୨୮),କରଣ ମହାନ୍ତ(୨୦),କୃଷ୍ଣ ଦାସ(୨୦) ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes