ନାବାଳକା ବଳାତ୍କାର ଉଦ୍ୟମ, ଠିକାଦାର ଗିରଫ

କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ ପାଶ୍ୱର୍ ମେଡିକାଲ କଲେଜ ନିକଟରେ କାଲି ରାତିରେ ଜଣେ ନାବାଳିକାକୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଠିକାଦାର ଗିରଫ ହୋଇଛନ୍ତି ।

ଗିରଫ ଠିକାଦାରଙ୍କ ନାମ ଅକ୍ଷୟ ପଣ୍ଡା(ଫୁକୁ) ବୋଲି ଜଣାପଡିଛି । ସେ ଉକ୍ତ ୧୧ ବର୍ଷର ନାବାଳିକାକୁ କାର ରେ ନେଇ ମେଡିକାଲ କଲେଜ୍ ନିକଟରେ ବଳାତ୍କାର ଉଦ୍ୟମ କରୁଥିବା ବେଳେ କିଛି ଲୋକ ଦେଖି ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ । ଟାଉନ ପୁଲିସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଉଭୟ ଙ୍କର ଡାକ୍ତରୀମାଇନା କରିଥିବାବେଳେ ଅଭିଯୁକ୍ତ ଅକ୍ଷୟ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes