ନଦୀ ପାରିହେଲା ବେଳେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ତେଲକୋଇ ଥାନା ଅଧିନ ତେଲକୋଇ ତଳସାହି ସତସଙ୍ଗ ସମାକୋଈ ନଦୀ ଘାଟରେ ନଦୀ ପାରି ହେଉଥିଲା ବେଳେ ଜଣେ ପଚାଶ ବୟସ୍କା ମହିଳା ନଦୀ ସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି ।

ମହିଳା ଜଣକ ତଳସାହିର ପ୍ରଭାକର ହେହୁରି ଙ୍କ ସ୍ତ୍ରୀ ସରୋଜିନୀ ଦେହୁରୀ ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି, ଆସନ୍ତା କାଲି ତେଲକୋଇ ତଳସାହିରେ ଲକ୍ଷ୍ମୀପୂଜା ଆରମ୍ଭ ହେବାର ଅଛି, ପୂଜା ପାଇଁ ଶାଳ ପତ୍ର ସଂଗ୍ରହ ପାଇଁ ଅନ୍ୟ ତିନି ଜଣ ମହିଳା ଙ୍କ ସହିତ ଯାଇଥିବା ବେଳେ ଆଘଟଣ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes