ଆଜି ଦେବଭୂମି ସୁବର୍ଣ୍ଣପୁର ଠାରେ ରହିଥିବା ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ତଥା ପୁନଃରୁଦ୍ଧାର ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର । ସୁବର୍ଣ୍ଣପୁର ସଦର ମହକୁମାରେ ରହିଥିବା ରାଜବାଟୀ, ଶଶିସେଣା ସ୍ମୃତିପୀଠ (ନିମୁହିଁ ମନ୍ଦିର), ଦିଲବାହାରପୁର ଜଙ୍ଗଲଠାରେ ଥିବା ବୁଢାରଜା କୋଠା, ଅର୍ଜୁନପୁର ଜଙ୍ଗଲ ମଧ୍ୟରେ ରହିଥିବା ରଜାକୋଠା ଏବଂ ଛୀନଛାନ୍ ଡୁଙ୍ଗୁରି ଇତ୍ୟାଦି ଐତିହାସିକସ୍ଥଳୀ ସବୁକୁ ଐତିହ୍ୟ ସ୍ଥଳୀର ମାନ୍ୟତା ସହ ସରକାର ତୁରନ୍ତ ଏହାକୁ ହାତକୁ ନେବା ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।