ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ପ୍ରେସ କ୍ଲବ କାର୍ଯ୍ୟାଳୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଥିବା ବେଳେ ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା କରିବାକୁ ଦାବି କରିଥିଲେ ।
ସଂପାଦକ ଅବିନେଶ୍ୱର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବହୁ ସାମ୍ବାଦିକ ଯୋଗଦେଇଥିଲେ ।