ଦାସିଆ ପୀଠ ଐତିହ୍ୟ ପୁଷ୍କରିଣୀ ଭିତ୍ତି ପ୍ରସ୍ତର ସ୍ଥାପନ

ପୁରୀ ଜିଲ୍ଲା ପିପିଲି ବ୍ଲକର ତେଇସିପୁର ଗ୍ରାମ ପଞ୍ଚାୟତରେ ଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ ବାଉରୀଙ୍କ ପୀଠରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଦାସିଆଙ୍କ ଐତିହ୍ୟ ପୁଷ୍କରିଣୀ ଗୋଠଗଡ଼ିଆର ପୁନରୁଦ୍ଧାର କାର୍ଯ୍ୟକ୍ରର୍ମର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି l

ଏହାକୁ ଶୁଭ ଦେଇଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ l କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ମଧ୍ୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes