ତ୍ରିବେଣୀ ସଙ୍ଗମ ଠାରେ ବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

ଆଜି ପବିତ୍ର ସୋମବତୀ ଅମାବାସ୍ୟା ଅବସରରେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସହ ରାମେଶ୍ବର ମହାଦେବଙ୍କୁ ଦର୍ଶନ କରି ଦୀପ ପ୍ରଜ୍ବଳନ, ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତୀ କରି ଜିଲ୍ଲାର ବିକାଶ କାର୍ଯ୍ୟ ନିମନ୍ତେ କାମନା କରିଛନ୍ତି ।

୩୦ ବର୍ଷ ପରେ ପୁଣି ଥରେ ଜ୍ୟେଷ୍ଠ ଅମାବାସ୍ୟା ସୋମବାର ଦିନ ପଡ଼ୁଥିବାରୁ ଏହାକୁ ସୋମବତୀ ଅମାବାସ୍ୟା ଭାବରେ ପାଳନ କରାଯାଇଥିଲା । ବିଶ୍ୱାସ ରହିଛି ଏହି ଦିନ ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପରେ ଯେଉଁ କାର୍ଯ୍ୟ ସକାଶେ କାମନା କରାଯାଇଥାଏ ତାହା ଦେବ ଦେବ ମହାଦେବ ପୂରଣ କରିଥାନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes