ତରଭା ଠାରେ ବାଲ୍ୟ ବିବାହ ନିରାକରଣ ସଚେତନତା ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ଚାଇଲ୍ଡ ଲାଇନ ତରଫରୁ ଆଜି ତରଭା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକ ବାଲ୍ୟ ବିବାହ ନିରାକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ଭାରପ୍ରାପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରଦ୍ଧାଞ୍ଜଳି ଭୋଇ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କର୍ଣ୍ଣ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ତରଭା କଲେଜର ଛାତ୍ରଛାତ୍ରୀ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ଅଙ୍ଗନୱାଡ଼ି କର୍ମୀ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଭାର ମହିଳା ପରିଦର୍ଶିକାମାନେ ଯୋଗ ଦେଇ ବାଲ୍ୟ ବିବାହ ସଚେତନତା ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ । ଚାଇଲ୍ଡ ଲାଇନ ସଦସ୍ୟ ତୃପ୍ତିମୟୀ ପ୍ରଧାନ, ଝରଣା ପଟ୍ଟନାୟକ, ସୁଦାମ ଗାଇଗରିଆ, ଆଶିଷ ନାୟକ, ରୋଜି ସା, ଆନନ୍ଦିନୀ ଷାଣ୍ଢ, ଉଦ୍ଧବ ବାଘ, ମନୋଜ ସ୍ବାଇଁ, ପ୍ରମୋଦ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes