ଝିଅ ବାହାଘର ପୂର୍ବରୁ ଉଠିଲା ବାପାଙ୍କ କୋକେଇ

ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁର ସୁରଥ ବେହେରା ନାମକ ବ୍ୟକ୍ତିଙ୍କ ମୃତଦେହ ନିକଟସ୍ଥ ଟ୍ରେନ ଲାଇନ କଡ଼ରୁ ଆଜି ଉଦ୍ଧାର କରାଯାଇଛି ।

ଖବର ପାଇ ଗାଁ ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes