ସୁବର୍ଣ୍ଣପୁର ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ କୋଟସମଲାଏ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ଆସନ୍ତା ୧୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହେବ ।
ଏହି ଦିନ ସକାଳ ୫ଘରେ ମଙ୍ଗଳ ଆଳତୀ, ୯ଘରେ ଧାଡି ପହଣ୍ଡି, ୧୧ଘରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ହେବାକୁ ଥିବାବେଳେ ଘ୧ରେ ମହାପ୍ରଭୁଙ୍କ ଗଜାନନ ବେଶ ଓ ଘ ୪ରେ ଅଣସର ବିଜେ ହେବ ବୋଲି ପାତଳୀ ଶ୍ରୀ କ୍ଷେତ୍ର ପରିଚାଳନା ଟ୍ରଷ୍ଟର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି ।