କେନ୍ଦୁଝର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଟଣା ବ୍ଲକ ମୂଷାଖରୀ ଆମ୍ବ ତୋଟା ନିକଟ ଜମିରେ ରବିବାର ଅନୁଷ୍ଠିତ ହୋଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, ଜିଲ୍ଲା କୃଷି ଅଧିକାରୀ ରାମ କୃଷ୍ଣ ପଣ୍ଡା, ବରିଷ୍ଠ ବିଜେଡି ନେତା ମିତ୍ରଭାନୁ ମହାନ୍ତ, ସରପଞ୍ଚ ଭାମାମଣୀ ଦାସ, ବିନତି ବାନରା, ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ମିହିର କୁମାର ସାହୁ, ସୁଶାନ୍ତ କୁମାର ମଲ୍ଲିକ, କୃପାସିନ୍ଧୁ ସାହୁ, ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ଚାଷୀଙ୍କ ମୁହଁ lରେ ହସ ଫୁଟିବ ବୋଲି କହିଥିଲେ।