ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ସରପଂଚ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳର ସରପଞ୍ଚମାନେ ଆଜି ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

ଦାବି ଅନୁଯାୟୀ, ଉକ୍ତ ଅଞ୍ଚଳର ଅନେକ ସ୍ଥାନରେ ଇଣ୍ଟରନେଟ ସହ ବ୍ୟାଙ୍କର ବ୍ୟବସ୍ଥା ନାହିଁ। ଭତ୍ତା ଟଙ୍କା ଉଠାଣ ପାଇଁ ୩୦କିଲୋମିଟର ଦୁରରେ ଥିବା ବ୍ୟାଙ୍କକୁ ନିର୍ଭର କରିବାକୁ ପଡୁଛି। ତେଣୁକରି ସରପଞ୍ଚମାନେ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ପ୍ରତିବଦଳରେ ନଗଦ ଟଙ୍କା ରାଶି ଦେବା ପାଇଁ ସେମାନେ ବାରିପଦା ଠାରେ ଜିଲ୍ଲାପାଳଙ୍କ ନିକଟରେ ଆଜି ଦାବି ଜଣାଇ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes