ଜିଲ୍ଲା ଡ୍ରାଇଭର ଆସୋସିଏସନ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର ମୁଖ୍ୟାଳୟ ଟିକର ଗୁମୁରାସ୍ଥିତ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକଙ୍କ ବାସଭବନରେ ମଙ୍ଗଳବାର ଜିଲ୍ଲା ଡ୍ରାଇଭର ଆସୋସିଏସନର କର୍ମକର୍ତାମାନେ ଭେଟି ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆସୋସିଏସନ ତରଫରୁ ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସହ ସମ୍ପାଦକ ବ୍ରହ୍ମେଶ୍ୱର ଦାଶ, ଝୁମ୍ପୁରା ବ୍ଲକ ସଭାପତି ପ୍ରଶାନ୍ତ ମହାନ୍ତ, ପାଟଣା ବ୍ଲକରୁ ସଞ୍ଜୟ ଭୂମିଜ, ଶିବ ନାଥ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ। ପାଟଣା ବିଧାୟକ ଦାବି ଗୁଡ଼ିକୁ କିପରି ସରକାରୀ ମଞ୍ଜୁରୀ ମିଳିବ ସେ ଉପରେ ପଦକ୍ଷପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes