ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦୁଝରରୁ ଯୋଗଦାନ

ଛତିଶଗଡ଼ ରାଜ୍ୟର ରାୟପୁର ସ୍ଥିତ ଭାଜପା ମାହେଶ୍ୱରୀ ଭବନ ଠାରେ ଭାଜପା ଦଳର ଲଘୁ ସମ୍ପ୍ରଦାୟ ମୋର୍ଚ୍ଚାର ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ସମ୍ମିଳନୀରେ ଜାତୀୟ ସଭାପତି ଜମାଲ ସିଦ୍ଦିକି , ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ହଜ କମିଟିର ମୁଖ୍ୟ ଅବଦୁଲ କୁଟି ସମେତ ବହୁ ଉପସ୍ଥିତ ଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଦୁଇ ଶହରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇ ଆଲୋଚନା କରିଥିଲେ।

ଆଗାମୀ ଦିନରେ ନିର୍ବାଚନ ଥିବାରୁ ମୋଦିଜିଙ୍କ ଆହ୍ବାନକୁ ସାକାର କରିବାକୁ ଆଲୋଚନା ହୋଇଥିଲା ବୋଲି ଆଲୋଚନା ହୋଇଥିଲା କେନ୍ଦୁଝରରୁ ଯୋଗ ଦେଇଥିବା ଜଲାଲଉଦ୍ଦିନ ଆକବର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes