କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ନିକଟରେ ଏନଏଚ ୫୨୦ ରେ ଆଜି ଏକ ଟ୍ରକ ହୁତୁହୁତୁ ହୋଇ ଜଳିଗଲା।ଓଡ଼ି୦୯ପି/୧୦୫୦ ନମ୍ୱର ଟ୍ରକଟି ଲୁହାପଥର ଲୋଡ କରି ଯୋଡ଼ାରୁ ରିମୁଳି ଅଭିମୁଖେ ଆସୁଥିବାବେଳେ ଜଳି ଯାଇଥିଲା।
ସୂଚନା ଅନୁଯାୟୀ ଟ୍ରକ ଚାଳକ ରାସ୍ତାକଡ଼ରେ ଟ୍ରକ ପାର୍କିଂ କରି ଶୌଚ କରିବାକୁ ଯାଇଥିବା ବେଳେ ହଠାତ ଟ୍ରକର କ୍ୟାବିନରେ ନିଆଁ ଲାଗି ଜଳିଯାଇଥିଲା।ଗାଡ଼ିଚାଳକ ଏନେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଚମ୍ପୁଆ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ।ନିଆଁ ଲାଗିବାର ସଠିକ ଜଣାପଡ଼ିନଥିଲେହେଁ ଦମକଳଗାଡ଼ି ପହଞ୍ଚିବା ପୂର୍ବରୁ ହୁତୁହୁତୁ ହୋଇ କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଥିଲା।